ବେଆଇନ ମୋରମ ଚାଲାଣ ବେଳେ ଜେସିବି ଓ ୨ ଟ୍ରାକ୍ଟର ଜବତ, ୪ ଗିରଫ

ମୋରଡା ୫।୬: ମୟୁରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ ବେଆଇନ ମୋରମ ଚାଲାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ପୋଲିସ ଦ୍ବାରା ଚଢାଉ କରାଯାଇ ୩ଟି ଚୋରା ମୋରମ ଟ୍ରାକ୍ଟର ଜବତ କରାଯାଇଛି । ଏ ନେଇ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗାଁଆମର୍ଦ ପଂଚାୟତ ଅନ୍ତର୍ଗତ ନୂଆସାହି ଓ ଭାଲିଆ ଗାଡ଼ିଆ ଗାଁରେ ଗତ କିଛି ଦିନ ହେବ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା ନାଁରେ ରାତିରେ ମେସିନ ଲଗାଇ ଏକ ଗୋଚରରୁ ଟ୍ରିପ ଟ୍ରିପ ମୋରମ ରାଜ୍ୟ ଓ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିଲା । ଖବରପାଇ ରାସଗୋବିନ୍ଦପୁର ପୋଲିସ ଶନିବାର ସକାଳେ ଅତର୍କିତ ଚଢ଼ାଉ କରି ୩ଟି ମୋରମ ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମାଟି ଖୋଳିବା ମେସିନ ଜବତ କରିଥିଲା । ମୋରମ ଟ୍ରାକ୍ଟର ଓ ଜେସିବି ଜବତ ହେବା ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପରେ ୪ ଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

Spread the love