ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ

କଟକ ୧୮।୦୬ : କଟକରେ ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ । ଏହି ଚଢାଉରେ ୫ଲକ୍ଷରୁ ଅଧିକ ଟଙ୍କା ସହ ୧୧ଜଣ ଜୁଆଡି ଗିରଫ। ଅଭିଯୁକ୍ତଙ୍କ ଠାରୁ ୪ଟି ବାଇକ ଓ ୧୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଯୋବ୍ରା କେନାଲ କୁଳ ସେଟେଲମେଣ୍ଟ ଅଫିସ ନିକଟରେ ଏକ ଘରେ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇଥିଲା ମାଲଗୋଦାମ ଥାନା ପୋଲିସ। ଜୋନ ଏସିପିଙ୍କ ସମେତ ଥାନା ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ। ଜୁଆ ଆଡା ଚଳାଉଥିବା ମୂଖ୍ୟ ଅଭିଯୁକ୍ତ ସମେତ ୧୧ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ମାଲଗୋଦାମ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ଟି ବାଇକ ଓ ୧୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ। ଆସନ୍ତୁ ଦେଖିବା ଜୁଆ ଆଡା ଉପରେ କିଭଳି ହୋଇଥିଲା ଚଢାଉ ।

Spread the love