ଆଇଏଏସ୍‌ ଅଫିସରଙ୍କୁ ଖଣିରେ ଚଢ଼ାଉ ବେଳେ ମାଡ଼, ୬ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ଢେଙ୍କାନାଳ, ୦୩।୦୫: ଆଇଏଏସ ପ୍ରୋବେସନରଙ୍କୁ ମାଡ଼ ମାରି ୬ ଗିରଫ । ଆଇଏଏସ ପ୍ରବେସନର ବିଭୂତି ଭୂଷଣ ନାୟକ ସଦର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ରାତିରେ ସଦର ଥାନା ଇନ୍ଦିପୁର ଗୁଣ୍ଡୁରାପଶି ପଥର ଖଣିରେ ସେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କ ସହ ଆକ୍ରମଣର ଶୀକାର ହୋଇଥିଲେ । ସଦର ଥାନାରେ ଅଭିଯୋଗ ପରେ ୬ଜଣଙ୍କୁ ଗିରଫ କରିଛି ପୋଲିସ ।

Spread the love