ଆର୍ଯ୍ୟନ ନିଜ ସାଙ୍ଗ ଅରବାଜ ଠାରୁ ନେଉଥିଲେ ଡ୍ରଗ୍ସ: କୋର୍ଟରେ କହିଲା ଏନସିବି

ମୁମ୍ବାଇ ୧୩/୧୦ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କ ସମେତ ୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତରେ ଆଜି ଶୁଣାଣି ହେବ। ବୁଧବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୋର୍ଟରେ ଜବାବ ଦାଖଲ କରିଛି। ଏନସିବି କହିଛି ଯେ ଆର୍ଯ୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନି କିନ୍ତୁ ସେ ଏଥିରେ ସାମିଲ ଥିଲେ। ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଆବେଦନ ଖାରଜ କରାଯିବା ପରେ ବୁଧବାର ଦିନ ସ୍ୱତନ୍ତ୍ର ଅଦାଲତରେ ଅପରାହ୍ନରେ ଜାମିନ ଆବେଦନର ଶୁଣାଣି ହେବ। ଅଧିକାରର ଅଭାବ ଦର୍ଶାଇ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ। ଏନସିବି ଆର୍ଯ୍ୟ ଖାନଙ୍କ ଜାମିନ ଆବେଦନକୁ ବିରୋଧ କରିପାରେ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ, ଯାଞ୍ଚ ଏଜେନ୍ସି ଏହି ମାମଲାରେ ନୂଆ ସୁରାକ ପାଇଛି।

ବୁଧବାର ଦିନ କୋର୍ଟରେ ଏନସିବି ପକ୍ଷରୁ ଏକ ଜବାବ ଦାଖଲ କରାଯାଇଛି। ଏହି ଷଡଯନ୍ତ୍ରରେ ଆର୍ଯ୍ୟନ୍ ଖାନ ସମ୍ପୃକ୍ତ ଥିବା ଯାଞ୍ଚ ଏଜେନ୍ସି କହିଛି। ଆର୍ଯ୍ୟନ କଣ୍ଟ୍ରାବଣ୍ଡ କିଣିଥିବା ଅଭିଯୋଗ ହୋଇଛି। କଣ୍ଟ୍ରାବଣ୍ଡ ଅରବାଜ ଠାରୁ ଜବତ କରାଯାଇଛି। ଆଜି ଅରବାଜଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ।

Spread the love