ବିଧାନସଭା ଅଧିବେଶନ, ପ୍ରବଳ ହଟ୍ଟଗୋଳ ଭିତରେ ୭ଟି ବିଲ୍ ଉପସ୍ଥାପିତ

ଭୁବନେଶ୍ଵର ୦୧।୦୯: ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ବିଲ୍, ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ । ସେହିଭଳି ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ଉପସ୍ଥାପନ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ମନ୍ତ୍ରୀ ସୁଦାମ ମାର୍ଣ୍ଡି ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ଉପସ୍ଥାପନ କରିଥିବା ବେଳେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍ ଉପସ୍ଥାପନ କରିଥିଲେ । ସେହିଭଳି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ବୈଷୟିକ ଓ ଗବେଷଣା ଓ ବିଶ୍ଵ ବିଦ୍ୟାଳୟ ବିଲ ଉପସ୍ଥାପନ କରିଥିଲେ । ଗୃହ ସ୍ଵାଭାବିକ ହେଉନଥିବା ବେଳେ ମନ୍ତ୍ରୀମାନେ ବିଲ୍ ଉପସ୍ଥାପନ କରୁଥିଲେ । ଏଭଳି ଅବସ୍ଥାରେ ଗୃହରେ କେଉଁ ବିଲ ଉପସ୍ଥାପନ ହେଉଛି ତାହା ଜଣାପଡ଼ୁନଥିଲା । କେଉଁ ବିଲ୍ ରିପିଲ୍ ହେବାର ଅଛି ତା’ର କପି ମଧ୍ୟ ଦିଆଯାଇନଥିବାରୁ ଏହାକୁ ନେଇ ଗୃହରେ ପ୍ରତିବାଦ କରିଥିଲା କଂଗ୍ରେସ ।

Spread the love