ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ମୃତ

ଭୁବନେଶ୍ୱର, ୦୮/୦୯: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଦାବି ନେଇ ଯୁବକ ଜଣକ ବିଧାନସଭା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦାବି ପୁରଣ ପାଇଁ ଜଣେ ମହିଳାଙ୍କ ସହ ଯୁବକ ବିଧାନ ସଭା ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ । ମହିଳା ଜଣକ କିରୋସିନ ଢାଳିହେବା ପୁର୍ବରୁ କମିଶନରେଟ ପୋଲିସ ତାଙ୍କୁ କାବୁ କରିଥିଲା । ହେଲେ ଯୁବକ ଜଣକ ବିଷ ପିଇଦେବା ସହ ନିଜ ହାତକୁ ମଧ୍ୟ କାଟି ଦେଇଥିଲେ । ପୋଲିସ ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

Spread the love