ରାଜ୍ୟରେ ସାର ଅଭାବ ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ, ଗାନ୍ଧୀ ମୂର୍ତ୍ତି ତଳେ ଦେଲେ ଧାରଣା

ଭୁବନେଶ୍ବର ୯।୯: ରାଜ୍ୟରେ ସାର ଅଭାବ ନେଇ ବିଜେଡି ବିଧାୟକଙ୍କ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିଜେଡି ବିଧାୟକ । ଫସଲ ବୀମାରେ ଚାଷୀ ଲାଭ ପାଉ, ଏମ୍‌ଏସ୍‌ପି ବୃଦ୍ଧି କରାଯାଉ, ସ୍ବାମୀନାଥନ ରିପୋର୍ଟ ଲାଗୁ କରାଯାଉ ବୋଲି ବିଜେଡି ଦାବି କରିଛି । କେନ୍ଦ୍ର ସରକାର-ତମ କମ୍ପାନୀ ପୋଷିବା ବନ୍ଦ ହେଉ ବୋଲି ବିଜେଡି ନାରାବାଜି କରିଛି ।

ସେପଟେ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ବି ଚାଲି ପାରିନି ପ୍ରଶ୍ନକାଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖଣି ଦୁର୍ନୀତି ପ୍ରସଙ୍ଗରେ ଆସିଥିଲା ମୁଲତବୀ ପ୍ରସ୍ତାବ । ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ । ଫଳରେ ପୁର୍ନବାର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Spread the love