ବିଧାନସଭାରେ ପାଇକ ବଦ୍ରୋହ ସଂକଳ୍ପ ଆଣିଲେ ମନ୍ତ୍ରୀ, ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ୦୭/୧୨: ବିଧାନସଭା ଅପରାହ୍ନ ଅଧିବେଶନରେ ପୁଣି ବାଜିଲା ଘଣ୍ଟ । ଉଭୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବାଚସ୍ପତି ବିଧାନସଭାର ସୁପରିଚାଳନା ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିବା ବେଳେ  ୩୦ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ବାଚସ୍ପତି କହିଥିବା ବେଳେ ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଅନ୍ୟପଟେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପଠାଯିବ। କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର।

Spread the love