ଆସନ୍ତା କାଲି ପାଳନ ହେବାକୁ ଯାଉଛି ଆର୍ଟ ଅଫ ଗିଭିଂର ୯ମ ବାର୍ଷିକ ସମାରୋହ

 ଆସନ୍ତା କାଲି ପାଳନ ହେବାକୁ  ଯାଉଛି  ଆର୍ଟ ଅଫ ଗିଭିଂର ୯ମ ବାର୍ଷିକ ସମାରୋହ। ବିଶ୍ୱର ବିଭିନ୍ନ ସ୍ଥାନରେ ଦିବସ ପାଳିନ କରାଯାଉଛି।  ।ଚଳିତ ବର୍ଷର ଥିମ୍ ରହିଛି ଆଶା-ଆନନ୍ଦ-ସଂପ୍ରତି। ଏହି ଅବସରେ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି। ଓଡିଶାର ମହାମହିମ ରାଜ୍ୟପାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଆର୍ଟ ଅଫ୍‌ ଗିଭିଂକୁ ମିଳିଛି ଆନ୍ତର୍ଜାତିକ ପୁରସ୍କାର । ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‌ ଓ କିସ୍‌ ପ୍ରାୟୋଜିତ ‘ଆର୍ଟ ଅଫ୍‌ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‌ ନେଟ୍‌ୱାର୍କ ଓ ମାକ୍‌ଜନତ୍‌ ଫାଉଣ୍ଡେସନ୍‌ ଦ୍ୱାରା ପ୍ରତି ବର୍ଷ ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୨୧ରେ ୧୫ଟି ଦେଶରୁ ୨୮ଟି କାର୍ଯ୍ୟକ୍ରମ ମଧ୍ୟରୁ ୮ଟି ଦେଶର ୧୦ଟି ବିଶ୍ୱବିଦ୍ୟାଳୟକୁ ମାକ୍‌ଜନତ୍‌ ଫାଉଣ୍ଡେସନ୍‌ ପକ୍ଷରୁ ମନୋନୀତ କରାଯାଇଥିଲା। ସେଥି ମଧ୍ୟରୁ ଭାରତର ‘ଆର୍ଟ୍‌ ଅଫ୍‌ ଗିଭିଂ’ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଏହି ପୁରସ୍କାର ପାଇଁ ଦକ୍ଷିଣ ଆଫ୍ରିକାର ରୋଡେସ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ମାଞ୍ଚେଷ୍ଟର ତୃତୀୟ ସ୍ଥାନରେ ରହିଛି। ପୁରସ୍କାର ବାବଦକୁ ୫ ହଜାର ଆମେରିକାନ୍‌ ଡଲାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଡ. ସାମନ୍ତଙ୍କ ଅନୁରୋଧରେ ମାକ୍‌ଜନତ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଏହି ରାଶି କିସ୍‌ ଫାଉଣ୍ଡେସନକୁ ପ୍ରେରଣ କରାଯାଇଛି।

ଡ. ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‌ ଗିଭିଂ’ କାର୍ଯ୍ୟକ୍ରମ ୨୦୧୩ ମସିହାରୁ ସମାଜର ବିଭିନ୍ନ କଲ୍ୟାଣମୂଳକ, ଗଠନମୂଳକ ଓ ସଂସ୍କାର ମୂଳକ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ଡ. ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଆର୍ଟ ଅଫ୍‌ ଗିଭିଂ’କୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆର୍ଟ ଅଫ ଗିଭିଂ ଜରିଆରେ କିଟ୍‌, କିସ୍‌ ଓ କିସ୍‌ ଫାଉଣ୍ଡେସନ୍‌ ଦ୍ୱାରା ବର୍ଷ ସାରା ବ୍ୟାପକ ଜନହିତକର କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଥାଏ।

Spread the love