ଅନନ୍ତନାଗରେ ଆତଙ୍କୀ ଆକ୍ରମଣ; ଗୁଳିକାଣ୍ଡରେ ପୋଲିସ କର୍ମଚାରୀ ଗୁରୁତର

ଶ୍ରୀନଗର ୦୩/୦୭ : ଅମରନାଥ ଯାତ୍ରା ମଧ୍ୟରେ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜାବିହାଡ଼ା ଅଞ୍ଚଳରେ ଆତଙ୍କୀ ଘଟଣା  ସାମ୍ନାକୁ ଆସିଛି। ରବିବାର ଆତଙ୍କବାଦୀମାନେ ପୋଲିସ ଟିମ୍‌କୁ ଟାର୍ଗେଟ୍‌ କରି ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଫଳରେ ଜଣେ ପୋଲିସ କର୍ମଚାରୀ ଗଭୀର ଆହତ ହୋଇଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ବିଜାବିହାଡ଼ାରେ ଆତଙ୍କବାଦୀମାନେ ପୋଲିସ ଟିମ୍‌ ଉପରେ ଫାଇରିଙ୍ଗ (ଗୁଳି ଚାଳନା) କରିଥିଲେ। ସେମାନଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି। ଯବାନମାନଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି।   ଗଭୀର ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିଚୟ ଫିରଦୋସ ଅହମ୍ମଦ ବୋଲି କହିଛନ୍ତି। ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି ।

Spread the love