ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଅଞ୍ଚଳ ଅଧିନ ଡିଆନାଳୀ ଗ୍ରାମରେ ଚୋରା ଦେଶୀ ମହୁଲି ମଦ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ମଦ ପିଇ ଘରେ ନାନାଦି ବିଶୃଙ୍ଖଳା ସହ ଲୋକେ ରୋଗରେ ପଡୁଛନ୍ତି। ଖୁଲମ ଖୁଲା ମଦ ବିକ୍ରି ଯୋଗୁ ଏଭଳି ଘଟୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି ।

ଗୁରୁବାର ଅପରାହ୍ନରେ ପାଟଣା ଅବକାରୀ ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ତାଣ୍ଡିଙ୍କୁ ଭେଟି ଅଞ୍ଚଳରେ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଜଣାଇଛନ୍ତି ।  ଅନ୍ୟ ପଟେ ଅବକାରୀ ଥାନାରେ ଗାଡି ନଥିବାରୁ ଚଢ଼ାଉ ହୋଇ ପାରୁନାହିଁ ବୋଲି ଥାନା ନିରୀକ୍ଷକ କହିବାରୁ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଚୋରା ମଦ ବେପାରୀ ଓ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆନଗଲେ ଅବକାରୀ ଥାନା ଘେରାଉ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Spread the love