ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଞ୍ଜୟ ଦାସବର୍ମା

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ଯ ସଂପର୍ଣ୍ଣ ସହରରେ ପରିଣତ କରିବା ପାଇଁ ଅନନ୍ୟ ଉଦ୍ୟମ ନିମନ୍ତେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ରାଜ୍ୟବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି। ପୁରୀର ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଓ ଶ୍ରୀସେତୁ ପ୍ରକଳ୍ପ ବିଶ୍ବସ୍ଥାପତ୍ୟର ଅନନ୍ୟ ଉଦାହରଣ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଢା ଯୋଜନା ମାଧ୍ୟମରେ ଉକ୍ତ ଚାରୋଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନିମନ୍ତେ ୪୬୧ କୋଟି ୬୫ ଲକ୍ଷ ଟଙ୍କା ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପୁରୀଧାମ ପାଇଁ ଏହି ପରିକଳ୍ପନା ନିମନ୍ତେ ସମଗ୍ର ବିଶ୍ବର ଜଗନ୍ନାଥ ପ୍ରେମୀ ଓ ଓଡିଶା ବାସୀଙ୍କ ଚିରସ୍ମରଣୀୟ ହେବେ।

Spread the love