ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ: ପୁଣି ଆଇସିୟୁରେ ଭର୍ତ୍ତି
ଭୁବନେଶ୍ବର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ । ପୁଣିଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଅଭିଜିତ। ଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ଏମ୍ସ।ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ। ସେ ନିରନ୍ତର ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି।ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁ ରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। କିନ୍ତୁ ଶନିବାର ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।
