୩ହଜାର ଫୁଟ ଉଚ୍ଚରେ ମୃତ୍ୟୁ ସହ ଲଢ଼ୁଛନ୍ତି ୬ଜଣ ସ୍କୁଲପିଲା

ନୂଆଦିଲ୍ଲୀ: ପାକିସ୍ତାନର ଖେବର ପଖତୁନଖବାରେ କେବୁଲ କାର  ହଠାତ ଖରାପ ହୋଇଯିବାରୁ  ୩୦୦୦ଫୁଟ ଉଚ୍ଚ‌ରେ ୬ଜଣ ସ୍କୁଲ ପିଲାଙ୍କ ସ‌ମେତ ୮ଜଣ ଫସି ରହିଛନ୍ତି। କୁହାଯାଉଛି କି କେବୁଲ କାରର ତାର ଛିଣ୍ଡିଯିବା ହେତୁ ଏହି ଅଘଟଣ ଘଟିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସେନାର ହେଲିକପ୍ଟର ପିଲାଙ୍କୁ ଉଦ୍ଧାର ପାଇଁ ବଟ୍ଟାଗ୍ରାମରେ ପହଞ୍ଚିଛି।

ଏହି ଘଟଣା ମଙ୍ଗଳବାର ସକାଳେ ଘଟିଥିବା କୁହାଯାଉଛି। ୬ଜଣ ପିଲା କେବୁଲ କାରରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏହା ଅଧାରୁ ଅଟକି ଯାଇଥିଲା। ଏଥିରେ ୬ଜଣ ସ୍କୁଲ ପିଲାଙ୍କ ସମେତ ୨ଜଣ ସ୍ଥାନୀୟଲୋକେ ଏପରି ଭାବେ ଏହି କେବୁଲ କାରରେ ୮ଜଣ ଫସି ରହିଛନ୍ତି। ଫସିଥିବା ସମସ୍ତ ୮ଜଣଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଜାରି କରି ଦେଇଛି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି।

ସୂଚନାଯୋଗ୍ୟ, ଏହି କେବୁଲ କାରକୁ ସ୍ଥାନୀୟଲୋକଙ୍କ ଦ୍ବାରା ନଦୀ ଅତିକ୍ରମ କରିବାକୁ ଚଳାଯାଇଥାଏ। କାରଣ ଏଠାରେ ନଦୀ ଅତିକ୍ରମ କରିବାକୁ କୌଣସି ରାସ୍ତା କିମ୍ବା ପୋଲ ନାହିଁ। ସେଥିପାଇଁ ସ୍ଥାନୀୟଲୋକେ ନଦୀ ପାର କରିବା ପାଇଁ କେବୁଲ କାରର ବ୍ୟବହାର କରିଥାଆନ୍ତି। ପ୍ରତିଦିନ ସ୍ଥାନୀୟଲୋକଙ୍କ ବ୍ୟତୀତ ୧୫୦ଜଣ ସ୍କୁଲ ପିଲା କେବୁଲ କାର ଦେଇ ସ୍କୁଲ ଯାଇଥାଆନ୍ତି।

Spread the love