ଓଲଟିଲା ସ୍କୁଲ୍ ଭ୍ୟାନ୍, ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ

ନିମାପଡା ୨୧।୬: ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି । ଦୁର୍ଘଟଣାରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ବଳଙ୍ଗା ଥାନା ଖେଲାର ବଉଳପଦା ଗ୍ରାମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଖେଲାର ବଉଳପଦା ଗ୍ରାମ ନିକଟରେ ଏକ ଟାଟା ମ୍ୟାଜିକ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍କୁଲ ଛାତ୍ରଛାତ୍ରୀ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟାଟା ମ୍ୟାଜିକ୍ ଗାଡିଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀମାନଙ୍କୁ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Spread the love