ଏସସିବି ଚାରିକଡୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ ଏସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଝୁମ୍ପୁଡ଼ି ସବୁ ଭଙ୍ଗା ଯାଉଛି। ଉଚ୍ଛେଦ ସ୍ଥଳରେ  ପୁଲିସ ପ୍ରଶାସନ ସହ ସିଏମ୍‌ସି ଅଧିକାରୀ ଉପସ୍ଥିତ ଅଛନ୍ତି। କଟକ ବଡ଼ ଡାକ୍ତରଖାନା ସମ୍ପ୍ରସାରଣ ହେବ ବୋଲି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ପ୍ରଭାବିତଙ୍କ ପାଇଁ ସରକାର ଅର୍ଥ ଘୋଷମା କରିଥିଲେ ।

Spread the love