ମର୍ଣ୍ଣିଂୱାକରେ ଯିବାବେଳେ ଚଢିଗଲା ଟ୍ରକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାକାନି ଛକ ନିକଟରେ ଆଜି ସକାଳେ ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ  ଉପରେ ଟ୍ରକ୍‌ ମାଡ଼ି ଯାଇଛି। ମୃତକ ଆଇନଜୀବୀ ହେଲେ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଓକିଲ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଛି। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Spread the love