ସିରିଜ୍ ଦୁର୍ଘଟଣା: ଚାଲିଗଲା ଦୁଇ ଜୀବନ, ୧୫ରୁ ଅଧିକ ଆହତ

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ବର୍ତ୍ତମାନ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ ଆଜି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ଏକ ଅଟୋକୁ ଧକ୍କା ଦେବା ପରେ ବାଇକକୁ ମଧ୍ୟ ପିଟିଥିଲା ଗୋଟିଏ କାର୍ । ଏହାପରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯିବା ସହିତ ମୋଟ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଛନ୍ତି ।

Spread the love