ସାଇକେଲକୁ ଧକ୍କା ଦେଇ ଘର ଭିତରେ ପଶିଲା କାର – ସାଇକେଲ ଆରୋହୀ ମୃତ

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ :  ସାଇକେଲ କୁ ଧକ୍କା ଦେବା ପରେ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଗଲା  କIର ।  ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖା ଦେଇଛି I ଅନୁଗୁଳ ଜିଲ୍ଲା ପାଲଲହାଡ଼ ବ୍ଲକ ଖମାର ଜଗନ୍ନାଥ ମନ୍ଦିର   ନିକଟରେ ଏଭଳି ଘଟଣା ଘଟିଛି ।  ଜାତୀୟ ରାଜପଥ ୧୪୯ ନିକଟରେ, ଖମାର ଗ୍ରାମର ଟିକନ ଖିଲାର ସାଇକେଲରେ ଯାଉଥିବା ବେଳେ କାରଟି ସାଇକେଲ କୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଏକ ଘର ମଧ୍ୟକୁ ପସି ଯାଇଥିଲା ଯାହା ଫଳରେ କାର ମଧ୍ୟ ରେ ଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।  ଆହତ ମାନକୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଖବର ପାଇ ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

Spread the love