ମା’ଓ ଝିଅଙ୍କୁ ଚାପିଦେଲା ପେଟ୍ରୋଲ ଟ୍ୟାଙ୍କର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବାଲେଶ୍ବର ୧୫/୦୮ : ବସ୍ତା ଥାନା ଏନ୍‌ଏଚ୍‌ ୬୦ ମଥାନି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମା ଏବଂ ଝିଅଙ୍କ ଉପରେ ମାଡିଗଲା ପେଟ୍ରୋଲ ଟ୍ୟାଙ୍କର । ତୈଳ ଟାଙ୍କି ତଳେ ୨ ଜଣ ଚାପି ହୋଇ ରହିଥିବା ସୂଚନା ମିଳିଛି । ରାସ୍ତାରେ ଯାଉଥିବା ବେଳେ ମା’ ଶାନ୍ତି ଟୁଡୁ ଏବଂ ଝିଅ ମୁନି ଟୁଡୁଙ୍କ ଉପରେ ତୈଳ ଟ୍ୟାଙ୍କର ଚଢିଯାଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Spread the love