୧୬ ନମ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା

ଯାଜପୁର : ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟ ଶାନ୍ତିଲତା କେୟାର ସମ୍ମୁଖରେ ଆଜି ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ କାରଟି ଛତିଆରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଜାତୀୟ ରାଜପଥରେ କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱରେ ଥିବା ବ୍ୟାରିକେଡ଼ ଭାଙ୍ଗି ଓଲଟି ପଡିଥିଲା । ତେବେ ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
Spread the love