କରଡ଼ା ଘାଟିରେ ଖସିଲା କାର, ୩ ମୃତ

ଫୁଲବାଣୀ, ୦୪/୦୧: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଛି । ଫଳରେ ୩  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକମାନେ ହେଲେ ଈସୁଦାସ ପରିଛା, ସବିନ ଡିଗାଲ ଓ ସାକିଲ ନାୟକ ବୋଲି ଜଣାପଡିଛି l ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧ । ରାଇକିଆ ଅଂଚଳର ୯ ଜଣ ଯୁବକ ପିକନିକ ପାଇଁ ସୋରଡ଼ା ଅଂଚଳକୁ ଯିବା ବେଳେ ଦୁର୍ଘଟଣା ଘଟିଛି ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି  l ୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା। ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି।

Spread the love