ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ୫ମୃତ

ବରଯାତ୍ରୀରୁ ଶେଷ ଯାତ୍ରା । ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଘଟି ଗଲା ୫ ଜୀବନ । ଆଉ ୫ଜଣ ଗୁରୁତର ହୋଇଛନ୍ତି । ସୋନପୁର ମହାନଦୀ ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବରଯାତ୍ରୀ ହୋଇ ବିନିକା କଉଡିଆମୁଣ୍ଡାକୁ ଯାଇଥିଲେ । ଫେରିବା ସମୟରେ ସାମ୍ନାପଟୁ ଏକ ଟ୍ରକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଗ୍ୟାସ୍‌ କଟରରେ ଗାଡି କାଟି ଅନ୍ୟ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ସୋନପୁର ପୋଲିସ।

Spread the love