ରାକ୍ଷୀ ବାନ୍ଧିବାକୁ ଯାଉଥିଲେ ୨ ଭଉଣୀ, ଧକ୍କା ଦେଲା କାର୍…

ଭଦ୍ରକ,୨୨/୦୮:  ଭିଣୋଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯିବା ବେଳେ ଦୁର୍ଘଟଣା । ଦୁଇ ଗୁରୁତର । ରାସ୍ତାରେ ଫୋନ ଆସିବାରୁ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କାର । ଏପରି  ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବ୍ରିଜ୍ ନିକଟରେ  ।

ସୂଚନା ଅନୁସାରେ,  ଚରମ୍ପା ଅଞ୍ଚଳର ଦୁଇ ଭଉଣୀ ନିଜ ଭିଣୋଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବରପଦାକୁ ଯାଉଥିଲେ । ରାନ୍ଦିଆ ବ୍ରିଜ୍ ନିକଟରେ ଫୋନ ଆସିବାରୁ ଗାଡି ରଖି ଦୁଇ ଭଉଣୀ ଠିଆ ହୋଇଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା । ଦୁଇ ଗୁରୁତର ଭଉଣୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଗୁରୁତର ଦୁଇଜଣ ହେଲେ ଜୋସ୍ନା ରାଣୀ ବାରିକ ଓ ଉର୍ମିଳା ବାରିକ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କାର ଚାଳକ ମଦ ପିଇ ଗାଡି ଦୁର୍ଘଟଣା କରିଥିବା ସୂଚନା ମିଳିଛି । ଗାଡି ଓ ଗାଡିର ଡ୍ରାଇଭରକୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅଟକ ରଖିଛି ବୋଲି ସୂଚନା ମିଳିଛି ।

Spread the love