ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଡମ୍ପର ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ସେମାନଙ୍କୁ ଉପରେ ଡମ୍ପର ଚଢିଯାଇଥିଲା।