ଖିଚିଂ ମନ୍ଦିରରୁ ଚୋରି

ମୟୁରଭଞ୍ଜ : ଖିଚିଂ ମନ୍ଦିରରୁ ଚୋରି । ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି କରିନେଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଖବର ପାଇ ରରୁଆ ଥାନା ଅଧିକାରୀ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖିଚିଂ ମନ୍ଦିରରେ ଗତ ୬ମାସ ମଧ୍ୟରେ ଦୁଇ ଦୁଇ ଥର ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୁତ୍ତ । ବାରମ୍ବାର ଚୋରି ନେଇ ଅଭିଯୋଗ ପରେ ବି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମନ୍ଦିର ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Spread the love