କିଛି ଘଣ୍ଟା ଭିତରେ ପଲଟିଗଲା ତାଲିବାନ, ମହିଳା ଆଙ୍କରଙ୍କୁ ଷ୍ଟୁଡିଓରେ ପଶିବାକୁ ଦେଲାନାହିଁ
ମହିଳାଙ୍କୁ ଅଧିକାର ଦେବା ନେଇ ତାଲିବାନ ଦେଇଥିବା ପ୍ରତିଶୃତି କିଛି ଘଣ୍ଟା ମଧ୍ୟରେ ବଦଳିଯାଇଛି । କଠୋର ବିଦ୍ରୋହୀ ସଂଗଠନ ଜଣେ ମହିଳା ନ୍ୟୁଜ୍ ଆଙ୍କରଙ୍କୁ ଷ୍ଟୁଡିଓ ଭିତରକୁ ପ୍ରବେଶ କରିବାକୁ ରୋକିବା ଏହା ସୂଚାଇ ଦେଉଛି ଯେ, ସେମାନଙ୍କର ମନରେ ମହିଳାଙ୍କୁ ନେଇ କୌଣସି ପରିବର୍ତ୍ତନ ହୋଇନାହିଁ । ପୁଣିଥରେ ମହିଳାଙ୍କୁ ପରଦା ଭିତରେ ରହିବାକୁ ପଡ଼ିବ ।
ଷ୍ଟେଟ୍ ନ୍ୟୁଜ୍ ଚ୍ୟାନେଲ୍ର ଆଙ୍କର ଶବନମ୍ ଖାନ୍ ଦାବରାନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ତାଲିବାନ୍ ମାନେ ତାଙ୍କ ଷ୍ଟୁଡିଓ କୋଠରୀରେ ପ୍ରବେଶ କରିବାକୁ ମନା କରିଥିଲେ । କିନ୍ତୁ ଏହା ପୂର୍ବରୁ ମହିଳାଙ୍କ କାମ ଉପରେ ରୋକ୍ ନଲଗାଇ ସେମାନଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଦେବାକୁ ସେମାନେ ପ୍ରତିଶୃତି ଦେଇଥିଲେ । ଶବନମ୍ଙ୍କୁ ରୋକିବା ବେଳେ ସେମାନେ ପଛରେ ଏହା ଉପରେ ବିଚାର କରିବା ନେଇ କହିଥିଲେ ।
ଏହାପୂର୍ବରୁ ତାଲିବାନର ମୁଖପାତ୍ର ଜାବିବୁଲ୍ଲା ମୁଜାହିଦ୍ କହିଥିଲେ ଯେ ମହିଳାମାନେ ଇସଲାମିକ୍ ଆଇନର ସୀମା ମଧ୍ୟରେ ରହି ସମାଜରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ତେବେ କାବୁଲରୁ ଆସିଥିବା ଚିତ୍ର ଦର୍ଶାଉଛି ଯେ, ଦୋକାନୀମାନେ ସେମାନଙ୍କ ଦୋକାନ ବାହାରେ ମହିଳାଙ୍କ ପୋଷ୍ଟର ଦେଖାଉଛନ୍ତି । ଏଥିସହିତ ହିଜାବ ପିନ୍ଧି ନ ଥିବାରୁ ଜଣେ ଯୁହତୀଙ୍କ ଉପରେ ତାଲିବାନ୍ ଗୁଳି ଚଳାଇଥିବାର ଖବର ମଧ୍ୟ ଆସିଥିଲା।