ବସୁନ୍ଧରାଙ୍କ ବାହାନାରେ ସିଏମ ଗେହଲଟଙ୍କ ଉପରେ ସଚିନଙ୍କ ଆକ୍ରମଣ

ରାଜସ୍ଥାନରେ ଶାସନ କ୍ଷମତା ପାଇଁ ବର୍ତ୍ତମାନ ମଧ୍ୟ ଟଣାଓଟରା ଜାରିରହିଛି । ଏଥିପାଇଁ ଅଶୋକ ଗେହଲଟ, ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଜାରିରହିଛି । ଏମାନଙ୍କ ମଧ୍ୟରେ ଥିବା ବିବାଦ କାହାକୁ ଆଉ ଅଛପା ମଧ୍ୟନାହିଁ । କେତେବେଳେ ମୁଖ୍ୟମନ୍ତ୍ରୀ ପାଇଲଟଙ୍କ ଉପରେ ନିଶାନା ସାଧୁଥିବା ବେଳେ ସଚିନ ମଧ୍ୟ ଗେହଲଟଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି । ଜୟପୁର ଲିଟେରାରୀ ଫେଷ୍ଟିଭାଲରେ ସଚିନ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏହି ଆକ୍ରମଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବାହାନାରେ ଅଶୋକଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି । ସଚିନ କହିଛନ୍ତି, ଗତ ସରକାର ସମୟରେ ଦୁର୍ନୀତିର ଯାଞ୍ଚ କରିବା ଦରକାର । ଲଳିତ ମୋଦୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଥିବା ସବୁ ଅଭିଯୋଗ ରହିଛି । ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଆମେ ୨୦୧୮ର ଏହି ପ୍ରସଙ୍ଗକୁ ଉଠାଇ ସରକାରକୁ ଆସିଥିଲେ । ଆଗାମୀ ନିର୍ବାଚନରେ ଆମେ କଣ ଜବାବ ଦେବୁ ।

ପୂର୍ବରୁ ପାଲିରେ କୃଷକଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ସଚିନ ପାଇଲଟ ନିଜ ଦଳର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ । ସେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ମାଫିଆଙ୍କୁ ସଂରକ୍ଷଣ ଦେବା ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା କଥା ଉଠାଇଥିଲେ । ଏହା ପରେ ରାଜନୈତିକ ନିଯୁକ୍ତ ନେଇ ଗେହଲଟ ସରକାରଙ୍କ ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ୨୦୧୮ରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମେ ଜନତାଙ୍କୁ ଭରସା ଦେଇଥିଲୁ ଯେ ଭାଜପା ସରକାର ସମୟରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ । ତେବେ ସରକାରର ୪ ବର୍ଷ ପୂରଣ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ସେହି ଦୁର୍ନୀତିର ଯାଞ୍ଚ ହୋଇନାହିଁ । ଆମେ ଏହାରି ଭିତରେ ଲୋକଙ୍କ ପାଖକୁ ଯିବା କେମିତି?

Spread the love