କନ୍ଧମାଳ ସାଂସଦଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ
କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ ଅବସରରେ ମୟୂରଭଞ୍ଜ ଦିବ୍ଯାଙ୍ଗ ଛାତ୍ରୀ ସୁଭଦ୍ରା ଗୁମଜିରାଙ୍କୁ ବ୍ଯକ୍ତିଗତ ଭେଟିଥିଲେ। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ତେରଣ୍ଟା ଗ୍ରାମର ସୁଭଦ୍ରାଙ୍କ ବାପା ଜୟରାମ ଗୁମଜିରାଙ୍କ କିଛି ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ମାଆ ସୁକାନ୍ତି ବହୁ ଦୁଃଖ କଷ୍ଟରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ।
ଏହା ସହ ସେ ଯେତେ ପର୍ଯ୍ଯନ୍ତ ପଢ଼ିବେ ତାଙ୍କର ସମସ୍ତ ଖର୍ଚ୍ଚ କିସ୍ ଫାଉଣ୍ଡେସନ୍ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଶ୍ରୀ ସାମନ୍ତ ସୁଭଦ୍ରାଙ୍କ ଘରେ ପହଞ୍ଚି ତାଙ୍କୁ ବ୍ଯକ୍ତିଗତ ଭାବେ ଭେଟି ନିଜ ଗାଡ଼ିରେ ଭୁବନେଶ୍ୱରରୁ ନେଇଥିବା ହୁଇଲ୍ ଚେୟାର ପ୍ରଦାନ କରିଥିଲେ। ସୁଭଦ୍ରାଙ୍କ ଭାଇ ଏବେ ପଞ୍ଚମ ଶ୍ରେଣୀରେ ପଢୁଥିବାରୁ ତାଙ୍କୁ କିସରେ ପାଠ ପିବା ପାଇଁ ସୁଯୋଗ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।
ସେମାନଙ୍କ ରହିବା ପାଇଁ ସରକାରୀ ବ୍ଯବସ୍ଥାରେ ଏକ ଘର ଯୋଗାଇ ଦେବା ନିମନ୍ତେ ଶ୍ରୀ ସାମନ୍ତ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି। ଏହା ସହିତ ଶ୍ରୀ ସାମନ୍ତ ସାଙ୍ଗରେ ନେଇଥିବା ଚାଉଳ, ଡାଲି, ବିସ୍କୁଟ୍ ଆଦି ଶୁଖିଲା ଖାଦ୍ୟ ଓ ମିଠା ଆଦି ସୁଭଦ୍ରାଙ୍କ ମାଆଙ୍କୁ ପ୍ରଦାନ କରିଥିଲେ।
ଏହି କାର୍ଯ୍ଯକ୍ରମରେ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ବିଡିଓ ଭବାନୀ ପ୍ରଧାନ, ତହସିଲଦାର ଜ୍ଯୋତ୍ସ୍ନାରାଣୀ ନାୟକ, ମୟୂରଭଞ୍ଜ ଦିବ୍ଯାଙ୍ଗ ମହାସଙ୍ଘ ସଭାପତି ଅରୁଣ କୁମାର ବେହେରା, ସ୍ଥାନୀୟ ସ୍କୁଲ୍ରି ପ୍ରଧାନଶିକ୍ଷକ ସୂର୍ଯ୍ଯକାନ୍ତ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସହାୟତା ପାଇଁ ସୁଭଦ୍ରା ଓ ତାଙ୍କ ମାଆ କିସ୍ ଫାଉଣ୍ଡେସନ୍ ଏବଂ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି କାର୍ଯ୍ଯକୁ ସ୍ଥାନୀୟ ବାସିନ୍ଦା ଭୂୟସୀ ପ୍ରଶଂସା କରିଛନ୍ତି ।