ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ୱତନ୍ତ୍ର ନୀତି କରନ୍ତୁ: ନିବେଦନ କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ୟୁକ୍ରେନରୁ ଫେରୁଛନ୍ତି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ତେଣୁ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି କରନ୍ତୁ । ଫଳରେ ସେମାନେ ଦେଶର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ପଢି ପାରିବେ। ଏହି ନିବେଦନ କରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ।

ଆଜି ଓଡ଼ିଶା ନିବାସ ଯାଇ ରେସିଡେଣ୍ଟ କମିଶନର ରବି କାନ୍ତଙ୍କୁ ଭେଟିଥିଲେ ଡ. ସାମନ୍ତ। ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଡ. ସାମନ୍ତ। ବର୍ତ୍ତମାନ ୟୁକ୍ରେନରେ ପ୍ରାୟ ୫ଶହ ଓଡ଼ିଆ ସେଠାରେ ଫସି ରହିଛନ୍ତି। ସେଥିରୁ ୩୮୦ ଜଣ ସେଫ୍‌ ଜୋନ୍‌କୁ ଆସି ଯାଇଥିବା ଜଣା ପଡିଛି ।

Spread the love