କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ମନରେଗାରେ ଓଡ଼ିଶାକୁ ଚଳିତ ଆର୍ଥକ ବର୍ଷରେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଇନ୍‌ଷ୍ଟାଲମେଣ୍ଟରେ ୪୯୯ କୋଟି ଟଙ୍କା ପ୍ରଦାନ କରାଯାଇଛି। କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ଏକ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ। ଡ. ସାମନ୍ତଙ୍କ ପ୍ରଶ୍ନ ଥିଲା ମନରେଗାରେ ସାମଗ୍ରୀ ଓ ପ୍ରଶାସନିକ ବାବଦ ଖର୍ଚ୍ଚ ପାଇଁ ଚଳିତ ଆର୍ଥକ ବର୍ଷର ପ୍ରଥମ କ୍ୱାର୍ଟରରେ କେତେ ଅର୍ଥ ରାଜ୍ୟକୁ ପ୍ରଦାନ କରାଯାଇଥିଲା। ଗତ ଆର୍ଥିକ ବର୍ଷରେ କେତେ ବକେୟା ଥିଲା। ପାଣ୍ଠି ପ୍ରଦାନ କରିବାରେ ବିଳମ୍ବ ହୋଇଛି କି। ରାଜ୍ୟ ସରକାର ଆଗୁଆ ପାଣ୍ଠି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ କି। ବିଳମ୍ବ ଯୋଗୁଁ ଜୀବିକା ସୃଷ୍ଟିରେ ବାଧା ସୃଷ୍ଟି କରିଛି କି।ଏ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗିରିରାଜ ସିଂହ ସୂଚନା ଦେଇଛନ୍ତି, ମାର୍ଚ୍ଚ ୨୦୨୨ରେ ଓଡ଼ିଶାକୁ ୬୩୯ କୋଟି ୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ସୂଚନା ମୁତାବ, ୨୦୨୨ ଏପ୍ରିଲ ୧ ସୁଦ୍ଧା ରାଜ୍ୟପାଖରେ ଥିଲା ୨୨୫ କୋଟି ଟଙ୍କା। ଏହାସହ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଇନ୍‌ଷ୍ଟାଲମେଣ୍ଟରେ ୪୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆର୍ଥକ ବର୍ଷ ଆରମ୍ଭରୁ ରାଜ୍ୟକୁ ଅର୍ଥ ଦିଆଯାଇଛି। ରାଜ୍ୟ ସରକାର ଚାହିଁଲେ ନୋଡାଲ ଏଜେନ୍‌ସୀଙ୍କୁ ଅଗ୍ରୀମ ପଇଠ କରିପାରିବେ। ପରେ କେନ୍ଦ୍ର ସରକାର ସେ ଅର୍ଥ ଆଡ୍‌ଜଷ୍ଟ କରିବେ।

Spread the love