ଜମିବାଡିକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ୍ ମାଡ

ଜମି ବାଡିକୁ କେନ୍ଦ୍ର କରି ଏସିଡି ମାଡ । ଏସିଡି ଆକ୍ରମଣରେ ବାପା-ପୁଅ ଗୁରୁତର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁରେ ଏଭଳି ଏକ ଘଟଣା ଘଟିଛି । ଗୁରୁତର ବାପା-ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ପରିବାର ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘଦିନରୁ ବିବାଦ ଲାଗି ରହିଛି । ଉଆସପଦର ଗାଁର ସନ୍ତୋଷ ମହାରଣା ଓ ଅଧିକାରୀ ତରେଇଙ୍କ ପରିବାର ଭିତରେ ବିବାଦ ରହିଛି । ଗତକାଲି ସେହି ବିବାଦ ଉଗ୍ରରୂପ ନେଇଛି । ଅଧିକାରୀ ତରେଇ ଓ ତାଙ୍କ ପୁଅ ରାଜେନ୍ଦ୍ର ତରେଇ ବିଲରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ସେମାନଙ୍କ ଉପରକୁ ଏସିଡି ମାଡ କରିଥିଲେ । ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ବାପ-ପୁଅଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଏସିଡ୍ ଆକ୍ରମଣକୁ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Spread the love