ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବର୍ଷେ ପାଇଁ କଲେଜରୁ ବହିଷ୍କାର ହେଲେ ୩ ଛାତ୍ର

ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । କଲେଜରୁ ବହିଷ୍କାର ହେଲେ ୩ ଛାତ୍ର । ବର୍ଷେ ପାଇଁ ୩ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରାଯାଇଛି । କଲେଜରେ ଶୃଙ୍ଖଳା ଭଙ୍ଗ ପାଇଁ ୪ଜଣ ଛାତ୍ରଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ତଦନ୍ତ ପରେ ଛାତ୍ରଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଲେଜ କର୍ତ୍ତୁପକ୍ଷ । ଗତ ୨୩ ତାରିଖ ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଜଣେ ୨ୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଆଣ୍ଟି ରାଗିଂ ସେଲ୍‌ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Spread the love