ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ପରଲୋକ

ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଜିତ ଦାଶଙ୍କ ଧର୍ମପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି।ଅଜିତ ଦାଶ ‘ସିନ୍ଦୂରବିନ୍ଦୁ’ରୁ ଫିଲ୍ମର କ୍ୟାରିୟର ଆରମ୍ଭ କରିଥିଲେ। ଏହାଛଡ଼ା ହାକିମ ବାବୁ, ମା, ତୁଣ୍ଡବାଇଦ ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ନାଟକରେ ମଧ୍ୟ ନିଖୁଣ ଅଭିନୟ କରିଛନ୍ତି। ୬୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

Spread the love