ଅଗ୍ନିବୀର’ ହେଲେ ସାଂସଦ ରବି କିଶନଙ୍କ ଝିଅ

ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେଲେ । ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି ରବି କିଶନ । ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ । ଝିଅ ଅଗ୍ନିବୀରରେ ସାମିଲ ହେବା ପରେ ଟ୍ୱିଟରରେ ଏହି ଖବର ଜଣାଇଛନ୍ତି ରବି କିଶନ । ପ୍ରତି ଝିଅଙ୍କୁ ସେମାନଙ୍କ ଜୀବନର ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ ବୋଲି କିଶନ କହିଛନ୍ତି ।

Spread the love