ଆରପାରିରେ ଅଭିନେତା ୟୁସୁଫ୍ ହୁସେନ

କୋରୋନାରେ ଆଖି ବୁଜିଲେ ଆଉ ଜଣେ ଅଭିନେତା । ବିବାହ, ଧୁମ୍ ୨ ଏବଂ ଦିଲ୍ ଚାହତା ହୈ ଭଳି ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ୟୁସୁଫ୍ ହୁସେନଙ୍କ ମୃତ୍ୟୁ ଘଟିଛି ।ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ୟୁସଫଙ୍କ ଜ୍ବାଇଁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟା ତାଙ୍କ ବିୟୋଗରେ ଏକ ଭାବପ୍ରବଣ ନୋଟ୍ ସେୟାର କରି ଟ୍ବିଟରରେ ୟୁସୁଫଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ହଂସଲଙ୍କ ଟ୍ବିଟକୁ ରିଟ୍ବିଟ କରି ପୂଜା ଭଟ୍ଟ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୂଜା ଲେଖିଛନ୍ତି ଯେ, ‘ଏହି ଲେଖା ମୋ ଆଖିରେ ଲୁହ ଭରିଦେଲା । ଆପଣଙ୍କ ଅନୁଭବକୁ କଳ୍ପନା କରିବା କଷ୍ଟକର ।’

Spread the love