ତିରୁପତି କର୍ମଚାରୀ ଦର୍ଶନ ଲାଗି ମାଗୁଛନ୍ତି ଲାଞ୍ଚ, ଭୁଲ ବୁଝାମଣା କହିଲେ ମନ୍ଦିର କର୍ତ୍ତୃପକ୍ଷ

ତିରୁପତି ୬।୯: ବଲିଉଡ ଫିଲ୍ମ ‘ଗ୍ରେଟ୍ ଗ୍ରାଣ୍ଡମସ୍ତି’, ‘ହସିନା ପାର୍କର’ ଓ ‘ବାରାତ କମ୍ପାନୀ’ ଆଦି ଫିଲ୍ମରେ ଅଭିନୟ କରିଥିବା ଅର୍ଚ୍ଚନା ଗୌତମଙ୍କ ଏକ ଟ୍ୱିଟ୍‌ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଲାଞ୍ଚ ଦାବି କରିବାର ଅଭିଯୋଗ ଆଣିଛନ୍ତି। ତେବେ ଟିଟିଡି ତାଙ୍କ ଅଭିଯୋଗର ସ୍ପଷ୍ଟିକରଣ ଦେବା ସହ ତାଙ୍କର ଭୁଲ ବୁଝାମଣା ହୋଇଥିବା କହିଛନ୍ତି।

ଅର୍ଚ୍ଚନା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସେପ୍ଟେମ୍ବର ୫ ତାରିଖ ଦିନ ଏହି ସେଲଫି ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ କିଛି ଲୋକେ ତାଙ୍କର ରେକର୍ଡିଂ କରିବା ପାଇଁ ତାଙ୍କୁ ରୋକୁ ଥିବା ଓ  ଅଭିନେତ୍ରୀଙ୍କୁ କାନ୍ଦୁଥିବା ଓ ଚିଲ୍ଲାଉଥିବା ଦେଖା ଯାଇଛି। ଭିଡିଓ ସହ ପୋଷ୍ଟରେ ଅଭିନେତ୍ରୀ ହିନ୍ଦୁ ତୀର୍ଥ ସ୍ଥଳ ଲୁଟର ଆଡ୍ଡା ପାଲଟିଥିବା ଓ ଧର୍ମ ନାମରେ ତିରୁପତି ବାଲାଜୀରେ ମହିଳାଙ୍କ ସହ ଅଭଦ୍ରତା କରାଯାଉଥିବାର ଅଭିଯୋଗ କରିଛନ୍ତି। ଏଥିପାଇଁ ଟିଟିଡି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅର୍ଚ୍ଚନା ଉଲ୍ଲେଖ କରିଛନ୍ତି। ସେହିପରି ଭିଆଇପି ଦର୍ଶନ ନାମରେ ଭକ୍ତଙ୍କ ଠାରୁ ୧୦୫୦୦ ଟଙ୍କା ଆଦାୟ କରାଯାଉଥିବାର ଉଲ୍ଲେଖ କରିଛନ୍ତି। ଏହାକୁ ସେ ଲୁଟ ବୋଲି କହିଛନ୍ତି।

ଅର୍ଚ୍ଚନା ତାଙ୍କ ଭିଡିଓ ରେ ଏତିକି କହୁଛନ୍ତି ବନ୍ଧୁମାନେ ମୁଁ ତିରୁପତି ବାଲାଜୀ ଦର୍ଶନ କରିବାକୁ ଆସିଛି ଓ ମୁଁ ଏଥିପାଇ ଟିକେଟ୍ କରିଛି । ଏତିକି କହିବା ବେଳେ କେହି ତାଙ୍କ ଫୋନ ଛଡାଇବାକୁ ଉଦ୍ୟମ କରୁଥିବା ଓ ରେକର୍ଡିଂ ବନ୍ଦ କରିବାକୁ କହୁଥିବା ଶୁଣାଯାଉଛି। ଏଥିରେ ଅଭିନେତ୍ରୀ କାନ୍ଦୁଥିବା, ଚିଲ୍ଲାଉଥିବା ଓ ସେହି ବ୍ୟକ୍ତିକୁ ଚୁପ କରାଇବାକୁ ଉଦ୍ୟମ କରୁଥିବା ଶୁଣାଯାଉଛି।  ତେବେ ଅଭିନେତ୍ରୀ ରେକର୍ଡିଂ ବନ୍ଦ କରୁ ନାହାନ୍ତି ଓ କାନ୍ଦି କାନ୍ଦି ସେଠିକାର କର୍ମଚାରୀଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖା ଯାଇଛି।

ଏହା ପରେ ଅର୍ଚ୍ଚନା ଗୌତମ ପୁଣି ଥରେ କ୍ୟାମେରାକୁ ଫେରୁଥିବା ଓ ସେଠାରେ ଲୋକେ ତାଙ୍କ ଠାରୁ ଟିକେଟ ନାମରେ ୧୦ ହଜାର ଟଙ୍କା ଦାବି କରୁଥିବା କହୁଛନ୍ତି। ସେ କହୁଛନ୍ତି ଯେ ଦର୍ଶନ ଲାଗି ସେ ଟିକେଟ୍ ବୁକ୍ କରିଥିଲେ। ତେବେ ସେଠାରେ ପହଞ୍ଚିବା ବେଳେ ସେମାନେ ସେହି ଟିକେଟ୍ ନେବାକୁ ମନା କରିଦେଇଥିଲେ ଓ ୧୦ ହଜାର ଟଙ୍କାର ଟିକେଟ କରିବାକୁ କହିଥିଲେ। ଏହା ପରେ କର୍ମଚାରୀ ତାଙ୍କୁ ଧରି ସେଠାରୁ ବାହାର କରିଦେବାରୁ ସେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିକଟରେ ଭିଡିଓରେ ଅଭିଯୋଗ କରିଛନ୍ତି। ତେବେ ଏହେ ଅଭିନେତ୍ରୀଙ୍କ ଭୁଲ ବୁଝାମଣା ବୋଲି ଟିଟିଡି କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କୁ ଲାଞ୍ଚ ନୁହେଁ ଭିଆଇପି ଟିକେଟ୍ ନେବାକୁ କୁହାଯାଉଥିବା କହିଛନ୍ତି।

Spread the love