ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା

ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୁ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି। ଏପଟେ ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୋଲିସର ସହାୟତା ଲୋଡ଼ିଛନ୍ତି। ପୋଲିସ ଉପସ୍ଥିତିରେ ଅନୁଭବ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଭାବେ ନିବେଦନ କରିଛନ୍ତି। ଏହାକୁ ପୋଲିସ ଗ୍ରହଣ କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

Spread the love