ଜ୍ୟାକଲିନଙ୍କ ବଢିଲା ଗିରଫ ଭୟ
୨୦୦ କୋଟି ଟଙ୍କାର ଠକେଇ ଘଟଣା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଜାମିନ ମାମଲାର ଶୁଣାଣି। ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ବିରୋଧ। ଜାମିନ ମିଳିଲେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଛି ଇଡି। ଯୁକ୍ତିବେଳେ କାହିଁକି ଜ୍ୟାକଲିନଙ୍କୁ ଗିରଫ କରାଯାଇନାହିଁ ବୋଲି କୋର୍ଟ କହିଥିବା ସୂଚନା ମିଳିଛି ।
ଆମେ ସାରା ଜୀବନରେ ନଗଦ ୫୦ ଲକ୍ଷ ଟଙ୍କା କେବେ ଦେଖିନାହୁଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲା । ମାତ୍ର କେବଳ ଉପଭୋଗ ଲାଗି ଜ୍ୟାକଲିନ ୭ କୋଟି ୧୪ ଲକ୍ଷ ଟଙ୍କା ଉଡାଇଦେଲେ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଲାଗି ସେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି । ସେପଟେ ବିଦେଶକୁ ଖସିଯିବା ଆଶଙ୍କା ଥିବାରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଇଡି । ଉଭୟ ପକ୍ଷର ଯୁକ୍ତି ପରେ ଆସନ୍ତାକାଲି ଯାଏ ରାୟ ସ୍ଥଗିତ ରଖିଛନ୍ତି କୋର୍ଟ ।
୨୦୦ କୋଟି ଟଙ୍କାର ଠକେଇ ଘଟଣାରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ହାଜର ହୋଇଥିଲେ । ମାମଲାରେ ଜ୍ୟାକଲିନଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ମତ ରଖିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନିଜର ଯୁକ୍ତି ଉପସ୍ଥାପିତ କରାଯାଇଥିଲା। ପୂର୍ବରୁ ନଭେମ୍ବର ୧୦ ତାରିଖ ଯାଏ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ କୋର୍ଟ । ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା । ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କ ନିୟମିତ ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା । ତଦନ୍ତ ଚାଲିଥିବାବେଳେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।