ସରଳ ଉପାୟରେ ଆଧାର କାର୍ଡରେ ବଦଳାଇ ପାରିବେ ଫଟୋ : ଜାଣନ୍ତୁ ପୁରା ପ୍ରୋସେସ୍

ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ସବୁଠାରୁ ଜରୁରୀ। ସବୁ ସରକାରୀ ଓ ବେସରକାରୀ କାମ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ସବସିଡି କିମ୍ବା କୌଣସି ସରକାରୀ ଲାଭ ପାଇବାକୁ ଏବଂ ରାସନ ପାଇବାକୁ ଆଧାର କାର୍ଡ ନମ୍ବର ଆବଶ୍ୟକ। ତେବେ ଆପଣ ଯଦି ନିଜ ଆଧାର କାର୍ଡରେ ଥିବା ଫଟୋ ବଦଳାଇବାକୁ ଚାହୁଁଛନ୍ତି ତାହେଲେ ଅତି ସରଳ ଉପାୟରେ ବଦଳାଇ ପାରିବେ।

ଏହି ଉପାୟରେ ଆଧାର କାର୍ଡରେ ନିଜ ଫଟୋ ବଦଳାଇ ପାରିବେ

୧.  ପ୍ରଥମେ ୟୁଡ଼ିଆଇ ୱେବସାଇଟକୁ ଯାଆନ୍ତୁ। Get Aadhaar ସେକ୍ସନକୁ ଯାଇ ଆଧାର ନାମାଙ୍କନ, ଅପଡେଟ୍ ଫର୍ମ ଡାଉନଲୋଡ୍ କରନ୍ତୁ

୨. ଫର୍ମ ଫିଲଅପ୍ କରିବା ପରେ ଆଧାର କେନ୍ଦ୍ର ଯାଇ ଫର୍ମ ଜମା କରନ୍ତୁ

୩. ନାମାଙ୍କନରେ ଫିଙ୍ଗର୍ ପ୍ରିଣ୍ଟ, ରେଟିନା ସ୍କାନ୍ ଓ ଫଟୋଗ୍ରାଫ କ୍ଲିକ୍ ହେବ

୪. ଆଧାର ତଥ୍ୟ ଅପଡେଟ୍ କରିବାକୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ

୫. ଫଟୋ ଅପଡେଟ୍ ଆବେଦନ ସ୍ୱୀକାର ହେବାପରେ ମୋବାଇଲକୁ ଏକ ୟୁଆରଏନ ବା ଅପଡେଟ୍ ରିକ୍ୱେଷ୍ଟ ନମ୍ବର ଆସିବ

୬. ଏହି ନମ୍ବର ସାହାଯ୍ୟରେ ଆବେଦନ ଅନଲାଇନ୍ ଟ୍ରାକ୍ କରାଯାଇପାରିବ

ଆଧାର ସେବା କେନ୍ଦ୍ରକୁ  ଯାଇ କରିପାରିବେ କାମ

୧. ପ୍ରଥମେ ୟୁଡ଼ିଆଇ ୱେବସାଇଟକୁ ଯାଇ Aadhaar Card Update Correction ଫର୍ମ ଡାଉନଲୋଡ୍ କରିବାକୁ ହେବ

୨. ଫର୍ମକୁ ଠିକ ଭାବେ ଫିଲଅପ୍ କରିବେ

୩. ଫର୍ମ ଫିଲଅପ୍ ପରେ ୟୁଆଇଡ଼ିଆଇ ଅଫିସକୁ ଆଧାର କାର୍ଡ ଅପଡେଟ କରିବାକୁ ଏକ ଚିଠି ଲେଖିବାକୁ ହେବ

୪. ଏହାପରେ ଚିଠି ସହ ଫଟୋରେ ଦସ୍ତଖତ କରି ଆଟାଚ୍ କରିବାକୁ ହେବ

୫. ଫର୍ମ ଓ ଚିଠି ୟୁଆଇଡ଼ିଆଇ ଅଫିସକୁ ପୋଷ୍ଟ କରିଦେବେ। ଦୁଇ ସପ୍ତାହ ମଧ୍ୟରେ ନୂଆ ଆଧାର କାର୍ଡ ମିଳିଯିବ

ପିଲାଙ୍କ ପାଇଁ ବନାନ୍ତୁ ଶିଶୁ ଆଧାର କାର୍ଡ

ଶିଶୁଙ୍କ ଆଧାର କାର୍ଡ ନୀଳ ରଙ୍ଗର ହୋଇଥାଏ। ଏହାକୁ ଶିଶୁ ଆଧାର କାର୍ଡ କୁହାଯାଏ। ଶିଶୁ ଆଧାର କାର୍ଡରେ ମାତା କିମ୍ବା ପିତାଙ୍କ ଆଧାର କାର୍ଡ ନମ୍ବର ଲିଙ୍କ କରାଯାଇଥାଏ। ଏହାସହ ମୋବାଇଲ ନମ୍ବର ମଧ୍ୟ ପଞ୍ଜିକୃତ ହୋଇଥାଏ।

୧. ଆଧାର ରେଜିଷ୍ଟ୍ରେସନ ପାଇଁ ନିକଟସ୍ଥ ପୋଷ୍ଟ ଅଫିସ, ବ୍ୟାଙ୍କ କିମ୍ବା ଆଧାର ସେବା କେନ୍ଦ୍ରକୁ ଯାଆନ୍ତୁ

୨. ଆଧାର ଏନରୋଲମେଣ୍ଟ ସେଣ୍ଟରକୁ ଯାଇ ଫର୍ମ ଭରିବେ

୩. ସେଣ୍ଟରରେ ଶିଶୁର ମାତା କିମ୍ବା ପିତାଙ୍କର ଜୀବନ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ

୪. ଶିଶୁର ଜନ୍ମ ସାର୍ଟିଫିକେଟ, ଆବଶ୍ୟକୀୟ ଦସ୍ତାବିଜ ସହ ଫର୍ମ ସବମିଟ କରିବାକୁ ହେବ। ଶିଶୁର ଫଟୋ ମଧ୍ୟ ଉଠାଯିବ, ସେଥିପାଇଁ ଶିଶୁକୁ ସାଙ୍ଗରେ ନେଇ ଯିବାକୁ ହେବ

୫. ଯଦି ଶିଶୁର ବୟସ ୫ ବର୍ଷରୁ ଅଧିକ ତାହେଲେ ବାୟୋମେଟ୍ରିକ୍ ରେକର୍ଡ ମଧ୍ୟ ହେବ

୬. ପୁରା ପ୍ରକ୍ରିୟା ହେବାପରେ ଏକ ଏନରୋଲମେଣ୍ଟ ସ୍ଲିପ୍ ଜେନେରେଟ୍ ହେବ ଯେଉଁଥିରେ ଆଇଡି, ନମ୍ବର ଓ ତାରିଖ ଲେଖାଥିବ

୭. ଆଧାର ଏନରୋଲମେଣ୍ଟର ୩ ମାସ ମଧ୍ୟରେ ଆଧାର କାର୍ଡ ପୋଷ୍ଟ ଦ୍ୱାରା ଘରକୁ ଆସିବ

Spread the love