ମେକ ଇନ ଇଣ୍ଡିଆରୁ ରେପ ଇନ ଇଣ୍ଡିଆ ଦିଗରେ ବଢୁଛି ଭାରତ-ଅଧୀର ରଞ୍ଜନ

ପୁଣି କେନ୍ଦ୍ରସରକାରଙ୍କୁ ଘେରିଲେ ଅଧୀର।  ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ମହିଳାଙ୍କ ସହ ହେଉଥିବା ଅପରାଧ ବିରୋଧରେ ସରକାରଙ୍କୁ ଘେରି ଭାରତ “ମେକ ଇନ ଇଣ୍ଡିଆ”ରୁ “ରେପ ଇନ ଇଣ୍ଡିଆ” ଦିଗରେ ଆଗକୁ ବଢୁଛି ବୋଲି କହିଛନ୍ତି ।  ପ୍ରକାଶ ତାଉକି, ଏହା ପୂର୍ବରୁ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତକୁ ଦୁନିଆର ରେପ କ୍ୟାପିଟାଲ କହିଥିଲେ । 

ଅଧୀର ରଞ୍ଜନ କହିଛନ୍ତି, ହିନ୍ଦୁସ୍ତାନରେ କଠୁଆରୁ ଉନ୍ନାଓ ପର୍ଯ୍ୟନ୍ତ ପ୍ରତିଦିନ ଏକ ଗଣ ବଳାତ୍କାରର ଘଟଣା ଏବଂ ପୀଡିତାଙ୍କୁ ଜାଳିବା ଘଟଣା ଘଟୁଛି । ପ୍ରତିଦିନ 106 ଟି ବଳାତ୍କାରର ଘଟଣା ଘଟୁଛି । 10 ଟିରୁ 4ଟିରେ ନାବାଳିକା ସହ ହୋଇଥାଏ । 4 ଘଟଣାରୁ କେବଳ 1 ରେ ଦଣ୍ଡ ମିଳୁଛି । 

ସେ କହିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଯେ ପ୍ରଧାନମନ୍ତ୍ରୀ ପ୍ରତିଟି ପ୍ରସଙ୍ଗ ଉପରେ କହୁଛନ୍ତି, କିନ୍ତୁ ଏହି ପ୍ରସଙ୍ଗ (ମହିଳାଙ୍କ ସହ ଅପରାଧ)ରେ ଚୁପ ରହିଛନ୍ତି । ଭାରତ ଧିରେ ଧିରେ ମେକ ଇନ ଇଣ୍ଡିଆରୁ ରେପ ଇନ ଇଣ୍ଡିଆ ଦିଗରେ ଆଗକୁ ବଢୁଛି । ଏହା ପୂର୍ବରୁ ଧାରା 370କୁ ଉଚ୍ଛେଦ କରିବା ପରେ ସଂସଦରେ ସେ କଶ୍ମୀରକୁ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ କହିଥିଲେ । ଏହି ବୟାନ ଉପରେ ସେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀର ଅସନ୍ତୋଷର ଶିକାର ହୋଇଥିଲେ । 

Spread the love