ରିଲିଜ ହେଲା ‘ଆଦିପୁରୁଷ’,ହଲ୍‌ରେ ଦର୍ଶକଙ୍କ ପ୍ରବଳ ଭିଡ଼

ରାବଣର ଗର୍ବ ଭାଙ୍ଗିବାକୁ ଫେରିଲେ ପ୍ରଭୁ ରାମଚନ୍ଦ୍ର । ରିଲିଜ ହେଲା ବାହୁବଳୀ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ହଲ୍‌ରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାମକଥା ଉପରେ ଆଧାରିତ ଏହି ବିଗ୍‌ ବଜେଟର ଫିଲ୍ମ । ପ୍ରଭାସ ଏବଂ କ୍ରିତୀଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି । ରାମଙ୍କ ଚରିତ୍ରରେ ପ୍ରଭାସ ଅଭିନୟ କରୁଥିବା ବେଳେ ମାତା ସୀତାଙ୍କ ଚରିତ୍ରରେ କ୍ରିତୀଙ୍କ ସୌମ୍ୟ ରୂପ ସମସ୍ତଙ୍କ ମନ ମୋହୁଛି । ସେହିପରି ସନି ସିଂ ଲକ୍ଷ୍ମଣ ଏବଂ ରାବଣ ହୋଇଛନ୍ତି ସୈଫ ଅଲ୍ଲୀ ଖାନ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ୍‌ ରାଉତ । ଫିଲ୍ମର ଆଡଆନ୍ସ ବୁକିଂ କହୁଛି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ କଲେକସନ୍‌ କରିବ । ଅନେକ ରେକର୍ଡ ଭାଙ୍ଗିବ ଫିଲ୍ମ ଆଦିପୁରୁଷ । ଅନେକ ନୂଆ ରେକର୍ଡ ତିଆରି ବି କରିବ

Spread the love