ଆଦିତ୍ୟ ଏଲ୧’ ପଠାଇଲା ସୂର୍ଯ୍ୟର ଫଟୋ

ବାଙ୍ଗାଲୁରୁ: ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୧’ରେ ଲାଗିଥିବା ପେଲୋଡ ସୁଟ ସୂର୍ଯ୍ୟର ଫଟୋ ଉଠାଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦେଇଛି ଯେ, ସୁଟ ପେଲୋଡ ଅଲଟ୍ରାଭାଓଲେଟ ୱେବଲେନଥ ସୂର୍ଯ୍ୟର ସମ୍ପର୍ଣ୍ଣ ଫଟୋ ଉଠାଇଛି। ଫଟୋରେ ୨୦୦ରୁ ୪୦୦ ଏନଏମ ପର୍ଯ୍ୟନ୍ତ ୱେବଲେନଥରେ ସୂର୍ଯ୍ୟର ପ୍ରଥମ ଫୁଲ ଡିସ୍କ ରିପ୍ରେଜେଣ୍ଟେସନ ସାମିଲ ରହିଛି । ଏହି ଫଟୋ ସୂର୍ଯ୍ୟର ଫ୍ରୋଟୋସ୍ଫିୟର ଓ କ୍ରୋମୋସ୍ଫିୟରର ଜଟିଳ ବିବରଣୀ ପ୍ରଦାନ କରିଥାଏ ।

Spread the love