୨୧ରୁ +୨ ଆଡମିଶନ ପାଇଁ ଆବେଦନ, କମିଲା ଫି

୨୧ରୁ +୨ ଆଡମିଶନ ପାଇଁ ଆବେଦନ, କମିଲା ଫି

 0

ଆସନ୍ତା ୨୧ ତାରିଖରୁ +୨ ଆଡମିଶନ ପାଇଁ ଆବେଦନ କରିହେବ । ଏଥିନିମନ୍ତେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି କମାଇଥିବା କହିଲେ ମନ୍ତ୍ରୀ।  ଛାତ୍ରଛାତ୍ରୀ ସାମ୍ସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିପାରିବେ।   ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି ୨ଶହ ଟଙ୍କା ରହିଛି।  ଏଥିସହ SC/ST ପିଲାଙ୍କ ପାଇଁ ଆବେଦନ ଫି ୧୦୦ ଟଙ୍କା ରଖାଯାଇଛି।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି  କହିଛନ୍ତି ମନ୍ତ୍ରୀ।ସୂଚନାଯୋଗ୍ୟ, ଆଜି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିଛି।

Spread the love