ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଗେଣ୍ଡୁ ଫୁଲ, ଜାଣନ୍ତୁ ବ୍ୟବହାର

ଫୁଲକୁ ଈଶ୍ୱରଙ୍କୁ ଅର୍ପଣ କରାଯାଏ। କିନ୍ତୁ ଏହାର ଆହୁରି ମଧ୍ୟ ଅନେକ ଉପକାର ରହିଛି, ଯାହା ହୁଏତ ଆପଣ ଜାଣିନଥିବେ। ମୁଖ୍ୟତଃ ଗେଣ୍ଡୁ ଫୁଲକୁ ପୂଜା କରିବାରେ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଆପଣ ନିଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାର ଅନେକ ଔଷଧୀୟ ଉପକାରିତା ରହିଛି। ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ବ୍ୟବହାର ବିଷୟରେ ।

ପାଇଲ୍ସ କରିବ ଠିକ୍:
ଗେଣ୍ଡୁ ଫୁଲ ପତ୍ରକୁ ଗୋଲମାରିଚ ସହ ବାଟି ଏହାର ରସ ମିଶାଇ ପିଇଲେ ପାଇଲ୍ସ ଠିକ୍ ହୋଇଥାଏ। ତେବେ ଏହାକୁ ଆପଣ ପ୍ରତ୍ୟେକ ଦିନ ପିଇ ପାରିବେ। ଏହା ଆପଣଙ୍କ ରୋଗକୁ ଖୁବ୍ ଶୀଘ୍ର ଠିକ୍ କରିବାରେ ସାହାଯ୍ୟ କରିବ।

ଫୁଲା କମ୍ କରିବ:

ଯଦି ଆପଣଙ୍କ ଗୋଡ଼ କିମ୍ବା ହାତ ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି ତାହା ଫୁଲିଯାଏ ତେବେ ଆପଣ ଗେଣ୍ଡୁ ପତ୍ରକୁ ପାଣିରେ ସିଝାଇ ସେହି ଫୁଲିଥିବା ସ୍ଥାନରେ ବାନ୍ଧିଲେ ଫୁଲା ମଧ୍ୟ କମେ ଓ ଆପଣଙ୍କୁ ଆରାମ ମିଳିବ।

ବିଷ କାଢ଼ିବ ଗେଣ୍ଡୁ ପତ୍ର:

ଯଦି ଆପଣଙ୍କୁ କୌଣସି ବିଷାକ୍ତ ପୋକୋ କାମୁଡି ଦେଇଛି ତେବେ ଆପଣ ଗେଣ୍ଡୁ ପତ୍ରକୁ ଏହି କ୍ଷତ ସ୍ଥାନରେ ଲଗାଇଲେ ଏହାର ବିଷ ବାହାରି ଯାଏ। ଖାସ କରି ଏହା ମହୁମାଛି କାମୁଡିବା ପରେ ବ୍ୟବହାର କରାଯାଏ।

ଦରଜ କମାଏ ଗେଣ୍ଡୁ ପତ୍ର:
ଗେଣ୍ଡୁ ପତ୍ର ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ। ଏହାକୁ ଛେଚି ପାଣିରେ ମିଶାଇ ପିଇଲେ ଦରଜ ଓ ଫୁଲା କମିବ।

ଦାନ୍ତ ପାଇଁ ଗେଣ୍ଡୁ ପତ୍ର:
ଗରମ ପାଣିରେ ଗେଣ୍ଡୁ ପତ୍ର ପକାଇ ତାକୁ ଭଲ ଭାବେ ଫୁଟାନ୍ତୁ ଓ ଏହା ପରେ ଏହି ପାଣିରେ କୁଳୁକୁଚା କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଦାନ୍ତ ଦରଜ ଖୁବ୍ ଶୀଘ୍ର କମିବ।

ଦାଗ ଦୂର କରିବ ଗେଣ୍ଡୁ ପତ୍ର:
ଯଦି ଆପଣଙ୍କର ଶରୀରେ କୌଣସି ସ୍ଥାନରେ କ୍ଷତ ହୋଇଛି ଓ କଷ୍ଟ ହେଉଛି ଆପଣ ସେହି ସ୍ଥାନରେ ଗେଣ୍ଡୁ ଫୁଲ ରସ ଲଗାଇ ପାରିବେ। ଏଥିରେ ଏଲୋଭେରା ଜେଲ ମିଶାଇ ଲଗାଇଲେ ଏହା ଖୁବ୍ ଲାଭ ଦେଇଥାଏ।

Spread the love