ଏରୋ ଇଣ୍ଡିଆର ପ୍ରଶଂସା କଲେ ମୋଦି

ଆଜି ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ‘ଏରୋ ଇଣ୍ଡିଆ-୨୦୨୩’ର ୧୪ତ୍ତମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏରୋ ଇଣ୍ଡିଆ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏରୋ ଇଣ୍ଡିଆର ସଫଳତା ବାହଦଶେ ଦେଶବାସୀଙ୍କୁ ଜଣାଇଛନ୍ତି । ଏରୋ ଇଣ୍ଡିଆକୁ ପ୍ରଶଂସା କରି ଅନେକ୍ ବଡ ବଡ କଥା ମଧ୍ୟ କହିଛନ୍ତି ।

୧- ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବର୍ତ୍ତମାନର ଅମୃତକାଳରେ ଭାରତ ଏକ ଫାଇଟର୍ ପାଇଲଟ୍ ଭଳି ଆଗକୁ ବଢୁଛି । ସବୁଠୁ ଉଚ୍ଚକୁ ଜିବା ପାଇଁ ଚେଷ୍ଟା ଜାରି ରଖିଛି । ଆଜିର ଭାରତ କ୍ଷୀପ୍ର ଗତିରେ ଉନ୍ନତି କରୁଛି, ଆଗକୁ ବଢୁଛି, ସୁଦୂର ଭାବିଷ୍ୟତକୁ ଦେଖିପାରୁଛି ।

୨- ପିଏ ନରେନ୍ଦ୍ର ମୋଦି କହିଛନ୍ତି, ଗତ ୮ରୁ ୯ବର୍ଷ ମଧ୍ୟରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ବହୁତ ଆଗକୁ ବଢିଛି । କିନ୍ତୁ ଆମେ ଏହାକୁ କେବଳ ଆରମ୍ଭ ମାତ୍ର ବୋଲି ଭାବୁଛୁ । ୨୦୨୪-୨୫ ସୁଦ୍ଧା ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରକୁ ୫ବିନିୟନ୍ ଡଲାର ଯାଏଁ ପହଞ୍ଚାଇବାର ଆମର ଲକ୍ଷ୍ୟ ରହିଛି  । ଭାରତ ଏବେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଦେଶମାନଙ୍କ ମଧ୍ୟରେ ସାମିଲ ହେବା ପାଇଁ ତୀବ୍ର ଗତିରେ ଆଗକୁ ବଢୁଛି ।

୩- କର୍ଣ୍ଣଟକର ଯୁପବପୀଢିଙ୍କୁ ଅନୁରୋଧ କରୁଛି କି, ନୂଆ ଇନୋଭେସନ୍ ଜରିଆରେ ଦେଶର ପ୍ରତିରକ୍ଷା ଶକ୍ତିକୁ ମଜଭୁତ କରିବା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟର ବ୍ୟବହାର କରନ୍ତୁ

୪- ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି କି, ଏହା କେବଳ ଏକ ସୋ’ ନୁହେଁ ଏହା ହେଉଛି ଭାରତର ଶକ୍ତି ପ୍ରଦର୍ଶନ । ଏହା ଦ୍ୱାରା ଦେଶର ସେଲ୍ଫ କନଫିଡେନ୍ସ ବୃଦ୍ଧି ପାଇଛି ।

୫- ପିଏମ୍ ମୋଦି ଏହା ମଦ୍ୟ କହିଛନ୍ତି କି, ଏରୋ ଇଣ୍ଡିଆ ୨୦୨୩ର ଏହି ସୋ’ ଭାରତର ବିକାଶର କାହାଣୀ କହୁଛି । ଏହି ବର୍ଷ ଏରୋ ଇଣ୍ଡିଆ ସୋ’ରେ ୧୦୦ରୁ ଅଧିକ ଦେଶର ଭାଗୀଦାରୀ, ନୂଆ ଭାରତକୁ ଦୁନିଆର ଭରୋଷା ଭାବେ ଦର୍ଶାଉଛି ।

Spread the love