ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର, ୧୩|୦୮:  ରାଜଧାନୀରେ ଲଗାତର ଭାବେ ବିଭିନ୍ନ ସମୟରେ ଧଳା ଜହର ଜବତ ହେଉଛି । ଏହାମଧ୍ୟରେ ଶୁକ୍ରବାର ଭୁବନେଶ୍ବରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ  କରାଯାଇଛି ।

ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ  ଜବତ କରିଛି । ଏହାସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ଜବତ ଅଫିମର ପରିମାଣ ୨୦ କେଜି ହେବ ବୋଲି ଜଣା ପଡିଛି ।

ସବୁଠାରୁ ବଡ କଥା ହେଲା ଯେ, ଏହି ସବୁ ଅଫିମକୁ ୧୬ ଚକିଆ କଣ୍ଟେନରରେ  ହରିୟାଣା ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଧରି ପକାଇଥିଲା । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

Spread the love