ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ କିଏ କ’ଣ କହିଲା ?

ବହୁ ବିଚାର ବିମର୍ଶ ପରେ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହୋଇଛନ୍ତି । ତେବେ  ନିର୍ବାଚନ ମୋଡରେ କାହିଁକି ସେ ବିଜେପିରେ ମିଶିଲେ ସେନେଇ ଚାରିଆଡେ ଚର୍ଚ୍ଚା ବୈଜୟନ୍ତ ପଣ୍ଡା କାହିକିଁ ବିଜେପିରେ ସାମିଲ ହେଲେ । ଏତେ ବିଳମ୍ବରେ ସେ ବିଜେପିରେ କାହିକିଁ ସାମିଲ ହେଲେ ତାହାର ରାହସ୍ୟ ଲୋକଙ୍କ ଜଣାଇବା ପାଇଁ ବରିଷ୍ଠ ରାଜନେତାମାନେ ଭିନ୍ନଭିନ୍ନ ଢଙ୍ଗରେ ନିଜର ମତ ରଖିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ବୈଜୟନ୍ତଙ୍କ ବିଜେପିରେ ସାମିଲ ହେବା ନେଇ ପୋଲ ଖୋଲିଛନ୍ତି ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଗତମାସ ୮ ତାରିଖରେ ଟିକସ ଫାଙ୍କିଥିବା ଅଭିଯୋଗ ଆସିଥିଲା । ଯାହାକି ଏକ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଥିଲା । ତେଣୁ ବୈୟଜନ୍ତଙ୍କ ଏହାର ଠିକ ଏକ ମାସ ଭିତରେ ବିଜେପିରେ ସାମିଲ ହେଲେ । ଆଉ ଏହି କଳାଧନ ଏବେ ବିଜେପି ଖାତାକୁ ଯିବ । ଏପରି ଭାବେ ପିସିସି ସଭାପତି ନିଜ ଟ୍ୱିଟ ମାଧ୍ୟମରେ ବୈଜୟନ୍ତ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଏହାସହ ସେ ଅଭିଯୋଗ କରିଛନ୍ତି ଯେ ଦେଶରେ ଯେତେ କଳାଧନ ଅଛି ତାହା କିପରି ବିଜେପି ଖାତାକୁ ଆସିବ ସେ ଚିନ୍ତା ଏବେ ଶାହା ଓ ମୋଦିଙ୍କୁ ଘାରିଛି। ସେହିପରି ସିପିଆଇଏମ ବରିଷ୍ଠ ନେତା ସୀତାରାମ ୟେଚୁରୀ କହିଛନ୍ତି କେନ୍ଦ୍ରର ମୋଦି ସରକାର ସାମ୍ବିଧାନିକ ସଂସ୍ଥା ସିବିଆଇ, ଇଡ଼ି, ଇନକମ ଟାକ୍ସ ପରି ସଂସ୍ଥାରେ କେନ୍ଦ୍ର ସରକାର ହସ୍ତକ୍ଷପ କରୁଛନ୍ତି । ଯେଉଁଥି ପାଇ ଏପରି ମିଶ୍ରଣ ହୋଇପାରେ । ହେଲେ କିଏ ମିଶିଲେ ଓ କିଏ ଗଲେ ତାହାର କିଛି ଫରକ ଲୋକଙ୍କ ଉପରେ ପଡ଼ୁନାହିଁ ବୋଲି ସେ କହିଥିଲେ । ସେପଟେ ବରିଷ୍ଠ ବିଜେଡ଼ି ନେତା ତଥା ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମାନ ଅଭିଯୋଗ କରିଛନ୍ତି ।

ବୈଜୟନ୍ତଙ୍କ ବିରୋଧରେ ଆସିଥିବା ମନି ଲଣ୍ଡରିଂ ମାମଲାକୁ ଚାପିଦେବା ସ୍ୱାର୍ଥରେ ବୈଜୟନ୍ତ ବିଜେପିର ଶରଣ ନେଇଛନ୍ତି ।  ଯେଉଁ ବିଜେଡ଼ି ଦଳ ତାଙ୍କୁ ୪ଥର ସାଂସଦ କଲା ସେହି ଦଳରେ ରହି ସେ ବିଜେପି ପାଇଁ କାମ କରୁଥିଲେ ବୋଲି ବିଜେଡ଼ି ଅଭିଯୋଗ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବୈଜୟନ୍ତ ବିଜେପିରେ ସାମିଲ ହେବା ପରେ ମନି ଲଣ୍ଡରିଂ ମାମଲାର ତନ୍ତ ହେବ ନା ନାହିଁ । ତେବେ ଏନେଇ ବୈଜୟନ୍ତଙ୍କ ପ୍ରତିକ୍ରୀୟା ମିଳିପାରିନାର୍ହି ।

Spread the love