ରବିବାରରେ ବି ମିଳିବ ୫ଟଙ୍କିଆ ଆହର, ସରକାର କଲେ ଘୋଷଣା

ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ପ୍ରକାଶ ଥାଉକି ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି ୮୨ ଟିରୁ ୫୮ ଟିରେ ରାତ୍ରିକାଳିନ ଖାଦ୍ୟ ପରିବେଷଣ ସୁବିଧା ରହିଛି । ଏହିସବୁ କେନ୍ଦ୍ରମାନଙ୍କରେ ଡାକ୍ତଖାନା ମାନଙ୍କୁ ଆସୁଥିବା ରୋଗୀ ମାନଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଂଟମାନେ ଉପକୃତ ହୋଇଥାଆନ୍ତି । ଏହି ୮୨ ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି। ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇ ସେହି ସବୁ ଆହାର କେନ୍ଦ୍ର ଗୁଡିକୁ ରବିବାର ଦିନମାନଙ୍କରେ ଖୋଲା କରିବାକୁ ଅନୁରୋଧ କରଯାଇଥିଲା । ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ଦିନ ମାନଙ୍କରେ ସେହି ସବୁ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି ।

Spread the love