ରମାଦେବୀରେ ରାଗିଂ ଅଭିଯୋଗ, କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ

ଭୁବନେଶ୍ୱର : ର‍୍ୟାଗିଂ ଯୋଗୁ ବହୁ ପିଲାଙ୍କ ଜୀବନ ବରବାଦ ହେଉଛି । ଏଥିପାଇଁ ସରକାରଙ୍କ ଆଭିମୁଖ୍ୟ ମଧ୍ୟ କଡ଼ା ଅଛି । ର‍୍ୟାଗିଂ କରୁଥିବା ପିଲାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯୋଗୁ ପିଲାଙ୍କ ସାହସ ବଢ଼ୁଛି । ଏଥିପାଇଁ କଡ଼ା ପ୍ରଶାସନିକ ଆଭିମୁଖ୍ୟ ରହିବା ଦରକାର ।

ରମାଦେବୀରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଯେ ରମାଦେବୀ ଜୁନିୟର କଲେଜ ହଷ୍ଟେଲର୧ ନମ୍ବର ରୁମ୍ ରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି । ଜାତିଆଣ ମନ୍ତବ୍ୟ, ରୁମରେ ଅଶ୍ଳୀଳ ଭିଡିଓ ଦେଖିବା ଏବଂ ସର୍ଟସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ ।

ଏପରିକି ରୁମରେ ମୁଣ୍ଡ ନ କୁଣ୍ଡାଇବା, ପୋଷାକ ଓ ଜୋତା ଅଲଗା ରଖିବାକୁ ଅନ୍ତେବାସୀ କହୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ଏହା ପରେ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ ଜଣାଇଛନ୍ତି ।

ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ଗଣ ଶିକ୍ଷା ବିଭାଗ। ରମାଦେବୀ ଭଳି ଏକ ପ୍ରତିଷ୍ଠିତ କଲେଜରେ ଜଣେ ରାଗିଙ୍ଗ ଦମନ ପାଇଁ ଜଣେ କଡା ପ୍ରଶାସନିକ ଅଧିକାରୀଙ୍କ ଆବଶ୍ୟକତା ରହିଛି  ବୋଲି ଅଭିଭାବକ ମହଲରେ ଦାବି ହୋଇଛି ।  ସେପଟେ ଅଭିଯୋଗର ସତ୍ୟତା ନଥିବା କହିଛନ୍ତି ରମାଦେବୀ କଲେଜର ଅଧ୍ୟକ୍ଷ ।

Spread the love